‘ଯମରାଜ’ ଅବତାରରେ ବୀରେନ୍ଦ୍ର ସେହୱାଗ! ହଠାତ୍‌ କାହିଁକି ବଦଳୁଛି ‘ନଜଫଗଡ଼ ନବାବ’ଙ୍କ ରୂପ?

ସେହୱାଗ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯମରାଜଙ୍କ ଲୁକ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଏହାପୂର୍ବରୁ ସେ ନ୍ୟୁଟନଙ୍କ ଭଳି ଗଛ ତଳେ ବସି ଆପଲ୍‌ ଖସିବାକୁ ଅପେକ୍ଷା କରୁଥିବା ଅବତାର ମଧ୍ୟ ଦେଖାଇଥିଲେ।

କ୍ରିକେଟ୍‌ ମଇଦାନରେ ଛକା-ଚୌକାର ବର୍ଷା କରିଥିବା ‘ନଜଫଗଡ଼ର ନବାବ’ ତଥା ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏବେ ନିଜର ନୂଆ ଅବତାରକୁ ନେଇ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ସେହୱାଗଙ୍କ କିଛି ଭିନ୍ନ ରୂପର ଫଟୋ ଭାଇରାଲ ହେଉଛି। ଏହି ଫଟୋ ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସେହୱାଗ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯମରାଜଙ୍କ ଲୁକ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଏହାପୂର୍ବରୁ ସେ ନ୍ୟୁଟନଙ୍କ ଭଳି ଗଛ ତଳେ ବସି ଆପଲ୍‌ ଖସିବାକୁ ଅପେକ୍ଷା କରୁଥିବା ଅବତାର ମଧ୍ୟ ଦେଖାଇଥିଲେ। ଏଥିସହ ସେ ଡାକ୍ତର ଓ ସ୍କୁଲ ଶିକ୍ଷକଙ୍କ ଭୂମିକାରେ ମଧ୍ୟ ନଜର ଆସିଥିଲେ। ତେବେ ସେହୱାଗଙ୍କ ଏହି ଭିନ୍ନ ଭିନ୍ନ ଲୁକ୍‌ ପଛର କାରଣ ଏବେ ସାମ୍ନାକୁ ଆସିଛି।

ବାସ୍ତବରେ ସେହୱାଗ ଏବେ ଟିଭି ଓ ଓଟିଟି ଦୁନିଆର ରିଆଲିଟି ଶୋ’ ‘ରାଇଜ୍ ଆଣ୍ଡ ଫଲ୍ ସିଜନ୍-୨’ ହୋଷ୍ଟ କରିବାକୁ ଯାଉଛନ୍ତି। ଶୋ’ର ପ୍ରୋମୋ ଜାରି ହୋଇଥିବା ବେଳେ ସେଥିରେ ସେହୱାଗଙ୍କ ଏହି ଅନନ୍ୟ ରୂପ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୨୬ରୁ ଏମ୍‌ଏକ୍ସ ପ୍ଲେୟାରରେ ଏହି ଶୋ’ ଆରମ୍ଭ ହେବ। ଏହି ଶୋ’ରେ ସ୍ୱରା ଭାସ୍କର, ପ୍ରିୟଙ୍କା ଚହର ଚୌଧୁରୀ, କରଣ ପଟେଲ ଓ ରାଜନୈତିକ ବିଶ୍ଳେଷକ ଶହଜାଦ ପୁନାୱାଲାଙ୍କ ସମେତ ଅନେକ ପ୍ରତିଯୋଗୀ ନଜର ଆସିବେ।

ଶୋ’ର ଖେଳ ପାୱାର, ରଣନୀତି ଓ ଗେମ୍‌ ପ୍ଲାନ୍‌ ଉପରେ ଆଧାରିତ। ପ୍ରତିଯୋଗୀମାନଙ୍କୁ କେତେବେଳେ ‘ଶାସକ’ ତ ଆଉ କେତେବେଳେ ‘ୱର୍କର’ ଭାବେ ଖେଳିବାକୁ ପଡ଼ିବ। ପୂର୍ବ ସିଜନ୍‌ରେ ଅର୍ଜୁନ ବିଜଲାନୀ ବିଜେତା ହୋଇଥିଲେ। ଏବେ ସେହୱାଗଙ୍କ ହୋଷ୍ଟିଂରେ ସିଜନ୍‌-୨ କିପରି ରୋମାଞ୍ଚକର ହେବ, ତାହା ଦେଖିବାକୁ ପ୍ରଶଂସକଙ୍କ ନଜର।

Leave a Reply

Your email address will not be published. Required fields are marked *