ଥାଇଲାଣ୍ଡରୁ ଓଡ଼ିଶା ମୁହାଁ ପାଣିପାଗର ବଡ଼ ମୋଡ଼! ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ, ୨୩-୨୪ରେ ବଢ଼ିପାରେ ବର୍ଷା

ଥାଇଲାଣ୍ଡ ଉତ୍ତର ଭାଗରେ ଘୂର୍ଣ୍ଣିବଳୟ କ୍ଷେତ୍ର, ଆଜି ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ ଅନୁମାନ । ଆସନ୍ତାକାଲିକୁ ନେଇପାରେ ଲଘୁଚାପର ରୂପ । ୨୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସମ୍ଭାବନା ।

 ଥାଇଲାଣ୍ଡ ଉତ୍ତର ଭାଗରେ ଘୂର୍ଣ୍ଣିବଳୟ କ୍ଷେତ୍ର, ଆଜି ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ ଅନୁମାନ । ଆସନ୍ତାକାଲିକୁ ନେଇପାରେ ଲଘୁଚାପର ରୂପ । ୨୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସମ୍ଭାବନା । ୨୩ କିମ୍ବା ୨୪ରେ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶମୁହାଁ ହୋଇପାରେ ଏହି ଅବପାତ । ଏନେଇ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୨ ସପ୍ତାହରେ ଘୂର୍ଣ୍ଣିବଳୟ ପ୍ରଣାଳୀ ବିକଶିତ ହେବା ପାଇଁ ପରିବେଶ ଅନୁକୂଳ ରହିପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅନୁକୂଳ ରହିପାରେ ପରିବେଶ । ଉତ୍ତର ଭାରତ ମହାସାଗର ଉପରେ ବାଦଲ ସୃଷ୍ଟି, ବର୍ଷା ଓ ସାଇକ୍ଲୋଜେନେସିସ ପାଇଁ ଅନୁକୂଳ ରହିବ । ୨୩ରୁ ୨୫ ସେପ୍ଟେମ୍ବର ଉପରେ ରହିଛି ବିଶେଷ ନଜର । ନିମ୍ନଚାପ କିମ୍ବା ତାଠୁ ଅଧିକ ତୀବ୍ର ପ୍ରଣାଳୀ ଗଠନ ଓ ପରବର୍ତ୍ତୀ ତୀବ୍ରତା ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି । 

Leave a Reply

Your email address will not be published. Required fields are marked *