ବାଲେଶ୍ୱର ବସ୍ତାରେ ଭୟଙ୍କର ଦୁର୍ଘଟଣା! ଟ୍ରକକୁ ପଛରୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭର

ବାଲେଶ୍ବର ବସ୍ତାରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ କଣ୍ଟେନର। କ୍ୟାବିନ ଭିତରେ ଚାପି ହୋଇ ରହିଗଲେ ଡ୍ରାଇଭର । ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ କଟରରେ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ବାଲେଶ୍ବର ବସ୍ତାରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ କଣ୍ଟେନର। କ୍ୟାବିନ ଭିତରେ ଚାପି ହୋଇ ରହିଗଲେ ଡ୍ରାଇଭର । ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ କଟରରେ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୧୬ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ ନିକଟରେ । ରାତି ପାଖାପାଖି ସାଢ଼େ ୧୧ଟା ବେଳକୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡ଼କୁ ଏକ କଣ୍ଟେନର ଦ୍ରୁତ ଗତିରେ ଯାଉଥିଲା ବେଳେ ଜମାଳପୁର ବାଇପାସ ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । 

ଫଳରେ ଡ୍ରାଇଭର ଜଣକ କଣ୍ଟେନର କେବିନରେ ଚାପି ହୋଇ ରହି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ଜଳେଶ୍ୱର ପୁଲିସ ପହଁଚି ଦୀର୍ଘ ସମୟ ପରିଶ୍ରମ କରି କଟରରେ କାଟି ଡ୍ରାଇଭରକୁ ବାହାର କରିଥିଲେ । ଡ୍ରାଇଭରର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବରେ କଟି ଯାଇଥିଲା ବେଳେ ତାକୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଜଳେଶ୍ୱର ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଡ୍ରାଇଭର ଜଣକ ନାଗାଲାଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଛି । 

Leave a Reply

Your email address will not be published. Required fields are marked *