ରୁଷ ସେନାରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩୯ ଜଣଙ୍କୁ ଚାକିରିରୁ ସେବାମୁକ୍ତ କରାଯାଇଛି ।
ରୁଷ ସେନାରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩୯ ଜଣଙ୍କୁ ଚାକିରିରୁ ସେବାମୁକ୍ତ କରାଯାଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରି ଏହି ସୂଚନା ପ୍ରଦାନ କରିଛନ୍ତି । ଯେଉଁ ଭାରତୀୟମାନେ ଏବେ ବି ରୁଷ ସେନାରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ମସ୍କୋ ସହିତ ଆଲୋଚନା ଜାରି ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିର୍ଗିଜସ୍ତାନ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ବ୍ରିଫିଂ ସମୟରେ ରୁଷ ସେନାରେ ଭାରତୀୟଙ୍କ ସେବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମିସ୍ରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରୁଷ ସେନାରେ ଭାରତୀୟ ନିଯୁକ୍ତି ପ୍ରସଙ୍ଗ ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ତରରେ ରୁଷ ସହିତ ଉଠାଯାଇଛି ଏବଂ ଆମେ ନିରନ୍ତର ଯୋଗାଯୋଗରେ ଅଛୁ। ସଦ୍ୟତମ ସୂଚନା ଅନୁଯାୟୀ, ଆମେ ରୁଷ ସେନାରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ବିଷୟରେ ଜାଣିଛୁ ଏବଂ ମୃତକଙ୍କ ବିଷୟରେ ମଧ୍ୟ ଅବଗତ ଅଛୁ ।

