କେନ୍ଦ୍ରାପଡ଼ାରୁ ଏକ ନିର୍ମମ ଘଟଣା ସାମ୍ନାକୁ ଆସିଛି। ଘର ସମ୍ମୁଖରେ ଯୁବକଙ୍କୁ ମାରି ଟାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନ ହଳଦିଆ ଗାଁର ଚନ୍ଦନ ଦାସଙ୍କୁ ହତ୍ୟା କରି ଘର ସାମ୍ନାରେ ହାତ ଗୋଡ଼ ବାନ୍ଧି ଟାଙ୍ଗି ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ଏକ ନିର୍ମମ ଘଟଣା ସାମ୍ନାକୁ ଆସିଛି। ଘର ସମ୍ମୁଖରେ ଯୁବକଙ୍କୁ ମାରି ଟାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନ ହଳଦିଆ ଗାଁର ଚନ୍ଦନ ଦାସଙ୍କୁ ହତ୍ୟା କରି ଘର ସାମ୍ନାରେ ହାତ ଗୋଡ଼ ବାନ୍ଧି ଟାଙ୍ଗି ଦେଇଛନ୍ତି । ହାତଗୋଡ଼ ବନ୍ଧା ଅବସ୍ଥାରେ ଘର ସମ୍ମୁଖରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି । ୩୨ ବର୍ଷୀୟ ଯୁବକଙ୍କ ହାତଗୋଡ ବନ୍ଧା ଅବସ୍ଥାରେ ନିଜ ଘର ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କେହି ତାଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

