ଆଫ୍ରିକାରେ ଭାରତର ବଡ଼ ସଫଳତା । କେନିଆର ସବୁଠୁ ବଡ଼ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣକାରୀ ହୋଇଛି ଭାରତ । ଏହି କ୍ଷେତ୍ରରେ ଭାରତ ୟୁଏଇ ଏବଂ ସାଉଦି ଆରବ ଭଳି ବଡ଼ ଦେଶକୁ ପଛରେ ପକାଇ ଦେଇଛି ।
ଆଫ୍ରିକାରେ ଭାରତର ବଡ଼ ସଫଳତା । କେନିଆର ସବୁଠୁ ବଡ଼ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣକାରୀ ହୋଇଛି ଭାରତ । ଏହି କ୍ଷେତ୍ରରେ ଭାରତ ୟୁଏଇ ଏବଂ ସାଉଦି ଆରବ ଭଳି ବଡ଼ ଦେଶକୁ ପଛରେ ପକାଇ ଦେଇଛି । ସୂଚନା ଅନୁସାରେ, କେନିଆକୁ ପେଟ୍ରୋଲ୍, ଡିଜେଲ୍ ସମେତ ବିଭିନ୍ନ ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନିରେ ଭାରତର ଭୂମିକା ଦ୍ରୁତ ଭାବେ ବଢ଼ିଛି । ଫଳରେ କେନିଆର ପେଟ୍ରୋଲିୟମ୍ ଉତ୍ପାଦ ଆମଦାନି ବଜାରରେ ଭାରତ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି ।ପୂର୍ବରୁ କେନିଆର ପେଟ୍ରୋଲିୟମ୍ ଆବଶ୍ୟକତା ପୂରଣରେ ୟୁଏଇ ଏବଂ ସାଉଦି ଆରବର ବଡ଼ ଭୂମିକା ଥିଲା ।
କିନ୍ତୁ ବର୍ତ୍ତମାନ ଭାରତୀୟ ରିଫାଇନେରୀଗୁଡ଼ିକରୁ ଆଫ୍ରିକୀୟ ବଜାରକୁ ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନି ବଢ଼ିବା ସହ କେନିଆରେ ଭାରତର ଚାହିଦା ମଧ୍ୟ ବଢ଼ିଛି । ଭାରତ ପାଇଁ ଏହା ଏକ ବଡ଼ ବାଣିଜ୍ୟିକ ସଫଳତା ବୋଲି କୁହାଯାଉଛି । ନିଜର ବିଶାଳ ରିଫାଇନିଂ କ୍ଷମତାକୁ ବ୍ୟବହାର କରି ଭାରତ ଏସିଆ ସହିତ ଆଫ୍ରିକାର ବିଭିନ୍ନ ଦେଶକୁ ମଧ୍ୟ ଇନ୍ଧନ ଯୋଗାଣ ବଢ଼ାଇ ଚାଲିଛି । ବିଶ୍ୱ ଇନ୍ଧନ ବଜାରରେ ପରିବର୍ତ୍ତନ ମଧ୍ୟରେ କେନିଆର ନମ୍ବର-୧ ପେଟ୍ରୋଲିୟମ୍ ସପ୍ଲାୟର୍ ହେବା ଭାରତର ବଢ଼ୁଥିବା ରପ୍ତାନି ଶକ୍ତିକୁ ଦର୍ଶାଉଛି । ଆଗାମୀ ଦିନରେ ଆଫ୍ରିକୀୟ ଦେଶଗୁଡ଼ିକ ସହ ଭାରତର ଇନ୍ଧନ ବାଣିଜ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

