ବାରହା ଆକ୍ରମଣରେ ନାବାଳକ ଗୁରୁତର! ସାହସ ଦେଖାଇ ଲଢ଼ି ବଞ୍ଚାଇଲେ ଜୀବନ

ବାର୍‌ହା ସହ ଲଢ଼ି ନିଜ ପ୍ରାଣ ବଞ୍ଚାଇଲେ ନାବାଳକ । ପ୍ରାୟ ୧ ଘଣ୍ଟା କାଳ ବାର୍‌ହା ସହ ଲଢ଼ିଲଢ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ସୁମନ ବେହେରା । କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।

ବାର୍‌ହା ସହ ଲଢ଼ି ନିଜ ପ୍ରାଣ ବଞ୍ଚାଇଲେ ନାବାଳକ । ପ୍ରାୟ ୧ ଘଣ୍ଟା କାଳ ବାର୍‌ହା ସହ ଲଢ଼ିଲଢ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ସୁମନ ବେହେରା । କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସୁମନ ଗାଁ ନିକଟ ନଦୀପଠାକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ବାର୍‌ହା ତାଙ୍କୁ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବା ଲାଗି ବାର୍ହା ସହ ପ୍ରାୟ ୧ ଘଣ୍ଟା କାଳ ସେ ସଂଘର୍ଷ କରିଥିଲେ । ଜୀବନ ବଞ୍ଚି ଯାଇଥିଲେ ବି ବାର୍‌ହା ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି ।

ଗ୍ରାମବାସୀ ଓ ବାଙ୍କୀ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗାଁ ଆଖପାଖରେ ବାର୍‌ହା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

Leave a Reply

Your email address will not be published. Required fields are marked *