ଜଙ୍ଗଲରୁ ମିଳିଥିବା ନର କଙ୍କାଳର ଖୋଲୁଛି ଗୁମର : ଯାଜପୁରର ଦିବ୍ୟ ଜଙ୍ଗଲକୁ ଆସିଲେ କେମିତି?

ନୟାଗଡ଼ ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ ମିଳିଥିବା ନର କଙ୍କାଳର ଖୋଲୁଛି ଗୁମର। ଅଗଷ୍ଟ ୧୯ ତାରିଖ ରାତିରେ ବେଣ୍ଟ ଜଙ୍ଗଲ ପାଣି ଧାରରୁ ମିଳିଥିବା କଙ୍କାଳ ଓସ୍ତପଡା ଗାଁର କାଳିଆ ସାହୁଙ୍କର ବୋଲି ଚାନ୍ଦପୁର ପୁଲିସ୍ କହିଛି।

ନୟାଗଡ଼ ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ ମିଳିଥିବା ନର କଙ୍କାଳର ଖୋଲୁଛି ଗୁମର। ଅଗଷ୍ଟ ୧୯ ତାରିଖ ରାତିରେ ବେଣ୍ଟ ଜଙ୍ଗଲ ପାଣି ଧାରରୁ ମିଳିଥିବା କଙ୍କାଳ ଓସ୍ତପଡା ଗାଁର କାଳିଆ ସାହୁଙ୍କର ବୋଲି ଚାନ୍ଦପୁର ପୁଲିସ୍ କହିଛି। କିନ୍ତୁ ଏହି କଙ୍କାଳ କାଳିଆର ନୁହେଁ, ବରଂ ଯାଜପୁର ଜିଲ୍ଲା ଗୋପାଳପୁର ଗାଁର ଦିବ୍ୟ ମହାପାତ୍ରଙ୍କର ବୋଲି ତାଙ୍କ ବାପା ରାଜେନ୍ଦ୍ର ମହାପାତ୍ର ଦାବି କହିଛନ୍ତି। ପୁଅର ପୋଷାକ, ମାଳି, ବ୍ରେସ୍‌ଲେଟ୍‌ ଭିଡିଓ ଓ ଫଟୋ ଦେଖି ଚିହ୍ନଟ କରିଛନ୍ତି ବାପା ରାଜେନ୍ଦ୍ର। ପୂର୍ବରୁ ଗଳିତ କଙ୍କାଳର ପଞ୍ଚନାମା ପାଇଁ କଟକ ଫୋରେନ୍‌ସିକ୍ ଲାବୋରାଟୋରିକୁ ପଠାଯାଇଛି।

ଶବର ପରିଚୟକୁ ଆହୁରି ସ୍ପଷ୍ଟ କରିବା ପାଇଁ ଡିଏନ୍‌ଏ ଟେଷ୍ଟ ସହିତ ଦିବ୍ୟଙ୍କର ବାପା ଓ ମାଆଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି। ଶବଟି ଓସ୍ତପଡ଼ା ଗାଁର ମାନସିକ ଅନଗ୍ରସର ଯୁବକ କାଳିଆର ବୋଲି ଚାନ୍ଦପୁର ପୁଲିସ ଦର୍ଶାଇ ମୁଣ୍ଡରୁ ଦାୟିତ୍ଵ ଖସାଇ ଦେଉଥିଲା। ଏବେ କିନ୍ତୁ ଶବର ପରିଚୟ ମିଳିବା ପରେ ପୁଲିସର ଦାୟିତ୍ବହୀନତା କଥା ପଦାରେ ପଡ଼ିଛି। ଏପରିକି ଜଙ୍ଗଲ ଭିତରେ ଯାଜପୁରର ଯୁବକଙ୍କ କଙ୍କାଳ ଠାବ ହେବା, ବିରାଟ ଷଡ଼ଯନ୍ତ୍ର ଆଡ଼କୁ ଇଙ୍ଗିତ କରିଛି। ଏ ସମ୍ପର୍କରେ ଦିବ୍ୟଙ୍କର ବାପା ଚାନ୍ଦପୁର ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। 

ନର କଙ୍କାଳର ଖୋଲୁଛି ଗୁମର
ଚାନ୍ଦପୁର ପୁଲିସର ଇଏ କି ଦାୟିତ୍ବହୀନତା? 
ଯାଜପୁରର ଦିବ୍ୟ ଜଙ୍ଗଲକୁ ଆସିଲେ କେମିତି?
ଶବରେ ଢଳାଯାଇଥିଲା କି କେମିକାଲ?
କଙ୍କାଳ କାଳିଆ ସାହୁଙ୍କର ବୋଲି ପୁଲିସ କେଉଁ ଆଧାରରେ କହିଲା?
ଦିବ୍ୟ କାମ କରୁଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ କେମିତି ନିଖୋଜ ହେଲେ?
କାରଖାନା କର୍ତ୍ତୃପକ୍ଷ କାହିଁକି ଥାନାରେ ଏତଲା ଦେଲେ ନାହିଁ?
ଘଟଣା ପଛରେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷଙ୍କର ସମ୍ପୃକ୍ତି ନାହିଁ ତ?
ଘଟଣା ଚାପିଦେବାକୁ ଷଡ଼ଯନ୍ତ୍ର କରୁନି ତ ଚାନ୍ଦପୁର ପୁଲିସ?

Leave a Reply

Your email address will not be published. Required fields are marked *