ବାପାଙ୍କ ସାମାନ୍ୟ ଧମକକୁ ସହି ନପାରି ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ପାହାଡ଼ ଉପରକୁ ଚଢ଼ିଯାଇଥିଲେ । ବଞ୍ଚାଇବାକୁ ଯାଇ ପୁଅ ସହ ବାପା ତଳକୁ ଖସିପଡ଼ିଥିଲେ। ଆଖି ଆଗରେ ସ୍ୱାମୀ ଓ ପୁଅଙ୍କର ଏଭଳି ଦୁର୍ଘଟଣା ଦେଖି ମା’ ମଧ୍ୟ ଗଭୀର ମାନସିକ ଆଘାତ ପାଇଥିଲେ ।
ଯେଉଁ ପୁଅ ପାଇଁ ଦିନରାତି ଏକ କରିଦେଲେ । ଆଜି ସେହି ପୁଅ ସାମାନ୍ୟ ଆଇ-ଫୋନ୍ ପାଇଁ ଜୀବନ ହାରିଦେଲେ । କେବଳ ସେତିକି ନୁହେଁ, ପୁଅ ସହ ଜୀବନ ହାରିଦେଛନ୍ତି ବାପା-ମା’। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରୁ ଆସିଛି ଏଭଳି ଏକ ଛାତିଥରା ଘଟଣା, ଯାହାକୁ ବର୍ଣ୍ଣନା କରିବା କଷ୍ଟ । ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ ଖବଡ଼୍ୟା ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।
ବାପାଙ୍କ ସାମାନ୍ୟ ଧମକକୁ ସହି ନପାରି ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ପାହାଡ଼ ଉପରକୁ ଚଢ଼ିଯାଇଥିଲେ । ବଞ୍ଚାଇବାକୁ ଯାଇ ପୁଅ ସହ ବାପା ତଳକୁ ଖସିପଡ଼ିଥିଲେ। ଆଖି ଆଗରେ ସ୍ୱାମୀ ଓ ପୁଅଙ୍କର ଏଭଳି ଦୁର୍ଘଟଣା ଦେଖି ମା’ ମଧ୍ୟ ଗଭୀର ମାନସିକ ଆଘାତ ପାଇଥିଲେ । ଆଉ ପାହାଡ଼ ଉପରୁ୍ ଡେଇଁ ପଡ଼ି ଜୀବନ ହାରିଛନ୍ତି । ସୂଚନା ଅନୁସାରେ, କୁନାଲ ନିଜ ବାପା-ମା’ଙ୍କ ସହ ଝଗଡ଼ା କରିଥିଲା । ଆଇ-ଫୋନ୍ କିଣିବାକୁ ଜିଦ୍ ଧରିବସିଥିଲା କୁନାଲ।
ତେବେ ବାପା ମନା କରିବାକୁ ରାଗିକି ପାହାଡ଼ ଉପରକୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହ ବାପା ଓ ମା’, କୁନାଲକୁ ବହୁ ବୁଝାସୁଝା କରିଥିଲେ । ହେଲେ ଜିଦରେ ଅଟଳ କିଛି ବି ଶୁଣିବାକୁ ରାଜି ନଥିଲା । ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଏହି ସମୟରେ କୁନାଲ ଓ ତାଙ୍କ ବାପା ପାହାଡ଼ରୁ ତଳକୁ ଖସିପଡ଼ିଥିଲେ । ଆଖି ଆଗରେ ସ୍ବାମୀ ଓ ପୁଅକୁ ହରାଇବା ଦେଖି ମା’ ପାହାଡ଼ରୁ ଡିଆଁ ମାରି ଜୀବନ ହାରିଥିଲେ ।

