ମଞ୍ଚରେ ବିଜେଡି ବିଧାୟକଙ୍କୁ ତାଗିଦ , ବ୍ରଜ ପ୍ରଧାନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ତାଳଚେରରେ ଏକ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ତାଗିଦ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅମର୍ଯାଦା ପୂର୍ଣ୍ଣ ସମ୍ବୋଧନକୁ ନେଇ ବ୍ରଜ ପ୍ରଧାନଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ କଲେ ଟାର୍ଗେଟ ।

ତାଳଚେରରେ ଏକ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ତାଗିଦ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅମର୍ଯାଦା ପୂର୍ଣ୍ଣ ସମ୍ବୋଧନକୁ ନେଇ ବ୍ରଜ ପ୍ରଧାନଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ କଲେ ଟାର୍ଗେଟ । ଏଭଳି ଆଚରଣରୁ ନିବୃତ ରହିବା ପାଇଁ କହିଛନ୍ତି । ଅନୁଗୋଳ କଦମ ପଡିଆଠାରେ ଫ୍ଲଡ ଲାଇଟ୍ ଓ ନୂତନ ପ୍ଲେୟାର୍ ପ୍ୟାଭିଲିୟନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, ଅନୁଗୋଳ ଜିଲ୍ଲା ବାର୍ଷିକ ୧୦୦ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ସହ ୧୦ ହଜାର ମେଗାଓ୍ୱାଟ୍ ବିଜୁଳି ଓ ୨୦ ନିୟୁତ ଟନ ଲୁହା ଉତ୍ପାଦନ କରି ଦେଶର ଶିଳ୍ପ ଓ ଉର୍ଜା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଡିଏମଏଫ ପାଣ୍ଠି ସହାୟତାରେ ଅନୁଗୋଳର ବିକାଶ କାମ ତ୍ୱରାନ୍ୱିତ ହେଉଛି । 

Leave a Reply

Your email address will not be published. Required fields are marked *