୯୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଦୀପିକା

 ଗ୍ଲୋବାଲ କଲ୍‌ଚରାଲ ପବ୍ଲିକେଶନ ‘ଦି ସିଫ୍ଟ’ର ପ୍ରସିଦ୍ଧ ‘୯୦+ ଓ୍ବମେନ୍‌ ସେପିଂ କଲ୍‌ଚର’ ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ସାମିଲ କରାଯାଇଛି। ମାନସିକ ସ୍ବାସ୍ଥ୍ୟ ସଚେତନତା ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପ୍ରୟାସ ଯୋଗୁ ଦୀପିକାଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ତାଲିକାରେ ୯୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଦୀପିକାଙ୍କ ସହ ହଲିଉଡ୍‌ ଅଭିନେତ୍ରୀ ତଥା ସିଙ୍ଗର ସେଲେନା ଗୋମେଜ୍‌, ଆମେରିକୀୟ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଆଞ୍ଜେଲିନା ଜୋଲି, ପ୍ରସିଦ୍ଧ ସିଙ୍ଗର ବିଲି ଏଲିଶ୍‌, ଓଲିଭିଆ ରୋଡ୍‌ରିଗୋ ପ୍ରମୁଖ ରହିଛନ୍ତି। ଦୀପିକା ରବିବାର ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି।

ଏହି ସମ୍ମାନ ପାଇଁ ସେ ‘ଦି ସିଫ୍ଟ’ ନିକଟରେ କୃତଜ୍ଞ। ପ୍ରକାଶ ଯେ, ନିଜ କାର୍ଯ୍ୟ, ଚିନ୍ତାଧାରା, ସୃଜନଶୀଳତା ଏବଂ ସାମାଜିକ ପ୍ରଭାବ ମାଧ୍ୟମରେ ବିଶ୍ୱର ଚିନ୍ତାଧାରା ଏବଂ ସଂସ୍କୃତିକୁ ଆକାର ଦେଇପାରୁଥିବା ପ୍ରଭାବଶାଳୀ ମହିଳାଙ୍କୁ ‘୯୦+ ଓ୍ବମେନ୍‌ ସେପିଂ କଲ୍‌ଚର’ ତାଲିକାରେ ସ୍ଥାନିତ କରାଯାଇଥାଏ।

Leave a Reply

Your email address will not be published. Required fields are marked *