ଅଦାନୀଙ୍କ ବିରୋଧରେ ମାମଲା ଖାରଜ, ଆମେରିକା କୋର୍ଟର ବଡ଼ ରାୟ

ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଆଶ୍ୱସ୍ତି ମିଳିଛି । ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାନୀ ଏବଂ ପୂର୍ବତନ ସିଇଓ ବିନୀତ ଜୈନଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ଆମେରିକାର ଏକ କୋର୍ଟ ସ୍ଥାୟୀ ଭାବେ ଖାରଜ କରିଦେଇଛନ୍ତି । 

ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଆଶ୍ୱସ୍ତି ମିଳିଛି । ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାନୀ ଏବଂ ପୂର୍ବତନ ସିଇଓ ବିନୀତ ଜୈନଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ଆମେରିକାର ଏକ କୋର୍ଟ ସ୍ଥାୟୀ ଭାବେ ଖାରଜ କରିଦେଇଛନ୍ତି । ନ୍ୟୁୟର୍କର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଆମେରିକୀୟ ଜିଲ୍ଲା ଅଦାଲତର ବିଚାରପତି ନିକୋଲାସ ଗାରୋଫିସ ଆମେରିକାର ଜଷ୍ଟିସ୍ ବିଭାଗର ଆବେଦନକୁ ଗ୍ରହଣ କରି ଏହି ରାୟ ଦେଇଛନ୍ତି । ଫଳରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଲାଞ୍ଚ ଓ ଜାଲିଆତି ଅଭିଯୋଗ ସମ୍ପର୍କିତ ମାମଲାର ଅନ୍ତ ଘଟିଛି ।

ସୂଚନା ଅନୁସାରେ, ୨୦୨୪ ନଭେମ୍ବରରେ ଆମେରିକୀୟ ଅଭିଯୋଗକାରୀମାନେ ଅଦାନୀ ଗ୍ରୁପ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସୌରଶକ୍ତି ଚୁକ୍ତି ହାସଲ ପାଇଁ ଭାରତୀୟ ଅଧିକାରୀଙ୍କୁ ପ୍ରାୟ ୨୫୦ ନିୟୁତ ଡଲାର ଲାଞ୍ଚ ଦେବା ଏବଂ ନିବେଶକଙ୍କୁ ଭ୍ରମିତ କରିବା ଭଳି ଅଭିଯୋଗ ହୋଇଥିଲା। ଅଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା ।

କୋର୍ଟଙ୍କ ରାୟ ପରେ ଗୌତମ ଅଦାନୀ ଖୁସି ପ୍ରକାଶ କରିଛନ୍ତି । ‘ଏକ୍ସ’ରେ ସେ ସତ୍ୟ, ନ୍ୟାୟ ଓ ଆଇନ ଉପରେ ବିଶ୍ୱାସ ଅକ୍ଷୁଣ୍ଣ ରହିଥିବା କହିବା ସହ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *