ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତେଜ ଜେପିଏସସି ଏବଂ ଜେଏସଏସସି ପରୀକ୍ଷା ଦୁର୍ନୀତିକୁ ନେଇ ଅଶାନ୍ତି

ଝାଡ଼ଖଣ୍ଡରେ ଜେପିଏସସି ଏବଂ ଜେଏସଏସସି ପରୀକ୍ଷାରେ କଥିତ ଅନିୟମିତତା ଓ ଦୁର୍ନୀତିକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି । ବିଶେଷକରି ୧୪ତମ ଜେପିଏସସି ପରୀକ୍ଷା ରଦ୍ଦ କରିବା ଦାବିରେ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

ଝାଡ଼ଖଣ୍ଡରେ ଜେପିଏସସି ଏବଂ ଜେଏସଏସସି ପରୀକ୍ଷାରେ କଥିତ ଅନିୟମିତତା ଓ ଦୁର୍ନୀତିକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି । ବିଶେଷକରି ୧୪ତମ ଜେପିଏସସି ପରୀକ୍ଷା ରଦ୍ଦ କରିବା ଦାବିରେ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଓ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରିପାରିନାହିଁ ।

ସୂଚନା ଅନୁସାରେ, ଦେବେନ୍ଦ୍ର ନାଥ ମହତୋଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ ସରକାରୀ କମିଟିକୁ ଭେଟି ନିଜ ଦାବି ରଖିଛି । ପୂର୍ବରୁ ମଧ୍ୟ ସରକାରୀ ପ୍ରତିନିଧି ଓ ଛାତ୍ରମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ମନ୍ତ୍ରୀମାନେ ଛାତ୍ରମାନଙ୍କ ଦାବି ଶୁଣି ଏହା ଉପରେ ବିଚାର କରିବାକୁ ଆଶ୍ୱାସନ ଦେଇଥିବା କୁହାଯାଇଛି  ।

ତେବେ ଛାତ୍ରମାନେ ନିଜ ଦାବିରେ ଅଟଳ ଅଛନ୍ତି। ୧୪ତମ ଜେପିଏସସି ପରୀକ୍ଷା ରଦ୍ଦ ସହ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । ଏହା ସହ ଆସନ୍ତା ୧୦ ତାରିଖରେ ବିଧାନସଭା ଘେରାଉ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ପରୀକ୍ଷାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଯୋଗ୍ୟ ପ୍ରାର୍ଥୀଙ୍କ ଅଧିକାର ସୁରକ୍ଷା ଦାବିରେ ଛାତ୍ରମାନଙ୍କ ଏହି ଆନ୍ଦୋଳନ ଏବେ ରାଜ୍ୟରେ ବଡ଼ ପ୍ରସଙ୍ଗ ପାଲଟିଛି ।

Leave a Reply

Your email address will not be published. Required fields are marked *