AI ଡିପଫେକ୍ ଭିଡିଓକୁ ନେଇ ପୀୟୁଷ ଗୋୟଲଙ୍କ ସ୍ପଷ୍ଟୀକରଣ

ପୀୟୁଷ ଗୋୟଲ ସୋସିଆଲ ମିଡିଆରେ ଜାରି କରିଥିବା ବୟାନରେ କହିଛନ୍ତି ଯେ, ସଂସଦ ବାହାରେ ଗଣମାଧ୍ୟମକୁ ଦେଇଥିବା ତାଙ୍କ ବୟାନକୁ ତାଙ୍କ ପ୍ରକୃତ ମନ୍ତବ୍ୟକୁ ଜାଣିଶୁଣି ବିକୃତ କରାଯାଇ ଏଆଇ ସହାୟତାରେ ଡିପଫେକ୍ ଭିଡିଓ ତିଆରି କରାଯାଇଛି ।

ଡିପଫେକ ଭିଡ଼ିଓର ଶିକାର ହେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ । ସୋସିଆଲ ମିଡିଆରେ ତାଙ୍କର ଏକ ବୟାନ ଭାଇରାଲ ହେଉଛି, ଯାହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏଆଇ ଦ୍ୱାରା ପ୍ରସ୍ତୁତ ଡିପଫେକ୍ ଭିଡ଼ିଓ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଭାଇରାଲ ଭିଡ଼ିଓରେ ମନ୍ତ୍ରୀଙ୍କୁ କିଛି ବିବାଦୀୟ ମନ୍ତବ୍ୟ ଦେଉଥିବା ଦେଖାଯାଇଛି । 

ପୀୟୁଷ ଗୋୟଲ ସୋସିଆଲ ମିଡିଆରେ ଜାରି କରିଥିବା ବୟାନରେ କହିଛନ୍ତି ଯେ, ସଂସଦ ବାହାରେ ଗଣମାଧ୍ୟମକୁ ଦେଇଥିବା ତାଙ୍କ ବୟାନକୁ ତାଙ୍କ ପ୍ରକୃତ ମନ୍ତବ୍ୟକୁ ଜାଣିଶୁଣି ବିକୃତ କରାଯାଇ ଏଆଇ ସହାୟତାରେ ଡିପଫେକ୍ ଭିଡିଓ ତିଆରି କରାଯାଇଛି । ଏଭଳି କାର୍ଯ୍ୟ କେବଳ ଭ୍ରମ ସୃଷ୍ଟି କରୁନାହିଁ, ବରଂ ଗାଣତାନ୍ତ୍ରିକ ଆଲୋଚନା ଓ ବିଶ୍ୱସନୀୟତାକୁ ମଧ୍ୟ କ୍ଷତି ପହଞ୍ଚାଉଛି । ଏହି ଘଟଣାକୁ ନେଇ ମନ୍ତ୍ରୀ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଅଭିଯୋଗ କରିଛନ୍ତି । ଡିପଫେକ୍‌ ଭିଡିଓ ପ୍ରସ୍ତୁତ କରିବା, ପ୍ରଚାର କରିବା କିମ୍ବା ତାହାକୁ ପ୍ରୋତ୍ସାହନ କରୁଥିବା ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୋୟଲ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *