ଜନ୍ତର ମନ୍ତରରେ ଲାଠିଚାର୍ଜକୁ ଦିଲ୍ଲୀ ପୁଲିସର ଅସ୍ୱୀକାର : ଭିଡିଓ ସତ ନା ମିଛ ଉଠିଲା ପ୍ରଶ୍ନ

କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ସେମାନଙ୍କୁ ଜନ୍ତର ମନ୍ତରରୁ ସଂସଦ ଆଡକୁ ଯିବାରୁ ରୋକିଛି।

କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ସେମାନଙ୍କୁ ଜନ୍ତର ମନ୍ତରରୁ ସଂସଦ ଆଡକୁ ଯିବାରୁ ରୋକିଛି। ବାରମ୍ବାର କଟକଣା ସତ୍ତ୍ୱେ, ପ୍ରଦର୍ଶନକାରୀମାନେ ସଂସଦ ଆଡକୁ ଆଗକୁ ବଢୁଥିବା ସମୟରେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆରପିଏଫ କର୍ମଚାରୀ ଏବଂ ପୁଲିସ ଲାଠିଚାର୍ଜ କରିଛନ୍ତି। ତେବେ ସଂସଦ ଅଭିମୁଖେ ଯାତ୍ରା କରୁଥିବା ଯୁବବର୍ଗମାନଙ୍କ ଉପରେ ଏବଂ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ସମୟରେ ଲାଠିଚାର୍ଜ କରାଯାଇଥିବା ଦାବିକୁ ଦିଲ୍ଲୀ ପୁଲିସ ଅସ୍ୱୀକାର କରିଛି।।

ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଏବଂ ସଂସଦ ଶୋଭାଯାତ୍ରା ସମୟରେ, ରାପିଡ୍ ଆକ୍ସନ୍ ଫୋର୍ସ କର୍ମଚାରୀମାନେ ପ୍ରତିବାଦକାରୀଙ୍କ ଉପରେ ଲାଠିଚାର୍ଜ କରୁଥିବାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ସମୟରେ, ଦିଲ୍ଲୀ ପୁଲିସ ଏକ ବିବୃତି ଜାରି କରି କରି ଏହାକୁ ଖଣ୍ଡନ କରିଛି। ଦିଲ୍ଲୀ ପୁଲିସ ଏକ ବିବୃତିରେ କହିଛି କେତେକ ଗଣମାଧ୍ୟମରେ ଜନ୍ତର ମନ୍ତରରେ ଦିଲ୍ଲୀ ପୁଲିସ ଦ୍ୱାରା ମିଥ୍ୟା ଘଟଣା ରିପୋର୍ଟ କରାଯାଇଛି  । ପୁଲିସ ବୃତ୍ତିଗତ ଭାବେ ଭିଡ଼ ପରିଚାଳନା କରିଛି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ, ଦିଲ୍ଲୀ ପୁଲିସ କହିଛି, ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଏପରି କୌଣସି ଘଟଣା ଘଟିନାହିଁ ଏବଂ ପ୍ରତିବାଦକୁ ପରିଚାଳନା କରାଯାଉଛି। ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ଯେକୌଣସି ଗୁଜବ କିମ୍ବା ଭୁଲ୍ ଧାରଣାକୁ ଅଣଦେଖା କରନ୍ତୁ ଏବଂ ଏହି ଅଞ୍ଚଳରେ ତଥା ଏହାର ଆଖପାଖରେ ଶାନ୍ତି ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଦିଲ୍ଲୀ ପୁଲିସକୁ ସହଯୋଗ କରନ୍ତୁ।
ଗଣମାଧ୍ୟମ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଘଟଣାସ୍ଥଳରେ ପଥର ଫିଙ୍ଗା ଏବଂ ଲାଠିଚାର୍ଜ ହୋଇଥିଲା। ତେବେ ପଥର ବୋଝେଇ ଟ୍ରକ୍ ସେଠାକୁ କିଏ ଆଣିଥିଲା। ପୁଲିସକୁ ସୂଚନା ଦିଆଯିବା ପରେ ମଧ୍ୟ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ଏଡ଼େ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

Leave a Reply

Your email address will not be published. Required fields are marked *