ନର୍ସ ଆତ୍ମହତ୍ୟା ମାମଲାରେ ବଡ଼ ଖୁଲାସା, ପୂର୍ବତନ ପ୍ରେମିକ ଗିରଫ

ନର୍ସଙ୍କ ଆତ୍ମହତ୍ୟା, ଦୁଇ ପ୍ରେମିକ ଅଟକ । ବ୍ଲାକମେଲ କରୁଥିଲା ପୂର୍ବତନ ପ୍ରେମିକ । ପୂର୍ବତନ ପ୍ରେମିକର ଅତ୍ୟାଚାର ସହି ନପାରି ଝୁଲିପଡ଼ିଲେ ନର୍ସ । ରାଜଧାନୀ ଭୁବନେଶ୍ବରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ନର୍ସଙ୍କ ଆତ୍ମହତ୍ୟା, ଦୁଇ ପ୍ରେମିକ ଅଟକ । ବ୍ଲାକମେଲ କରୁଥିଲା ପୂର୍ବତନ ପ୍ରେମିକ । ପୂର୍ବତନ ପ୍ରେମିକର ଅତ୍ୟାଚାର ସହି ନପାରି ଝୁଲିପଡ଼ିଲେ ନର୍ସ । ରାଜଧାନୀ ଭୁବନେଶ୍ବରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସୂଚନା ଅନୁସାରେ, ନର୍ସ ନିଜର ବର୍ତ୍ତମାନର ପ୍ରମେକି ମହେଶ ନାଥଙ୍କ ସହ ଲିଭ୍‌-ଇନ୍ ରେ ରହୁଥିଲେ । ଆତ୍ମହତ୍ୟା ପରେ ମହେଶକୁ ଅଟକ ରଖି ଯାଞ୍ଚବେଳେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମୃତ ନର୍ସଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ତାଙ୍କ ପୂର୍ବତନ ପ୍ରେମିକ ପରମାନନ୍ଦ । ମୃତ ନର୍ସ ଓ ପରମାନନ୍ଦ ବଲାଙ୍ଗୀରର ବାସିନ୍ଦା ।

ତେବେ ଚାକିରି ପାଇଁ ନର୍ସ ଭୁବନେଶ୍ବର ଆସିବା ପରେ ମହେଶଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଦୁହେଁ ଲିଭ୍-ଇନ୍‌ରେ ରହୁଥିଲେ । ଫଳରେ ପରମାନନ୍ଦ ନର୍ସଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ । ଗତକାଲି ଅତ୍ୟାଚାର ବହୁତ ହୋଇଯିବାରୁ, ସେ ଜୀବନ ହାରି ଦେଇଥିଲେ ଓ ତେଵେ ଫୋନରେ ଥିବା ସମସ୍ତ କଲ ରେକର୍ଡିଂରୁ ସ୍ପଷ୍ଟ ଯେ, ପରମାନନ୍ଦ ଯୋଗୁଁ ସେ ପ୍ରାଣ ହାରିଛନ୍ତି ଓ ପୁଲିସ ଦୁଇ ପ୍ରେମିକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଅଭିଯୁକ୍ତ ପରମାନନ୍ଦ ହାତୀ ଗିରଫ ଓ ସେ ହେଉଛି ସାନିଟାରୀ ଇନ୍ସପେକ୍ଟର ଓ ସେ ହିଁ ସଶ୍ମିତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚନା ଥିଲା ଓ ବାରମ୍ବାର ତାଙ୍କୁ ବ୍ଲାକମେଲ କରୁଥିଲା ଓ ତଥ୍ୟ ପ୍ରମାଣ ଆଧାରରେ ଗିରଫ ହେଲା ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *