ଟ୍ବେଣ୍ଟି-୨୦ରେ ୧୦୦ ଛକା ମାରିବାରେ ଅଭିଷେକ ଦ୍ରୁତତମ

ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ୧୦୦ ଛକା ମାରିବାରେ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଖେଳାଳି ଭାବେ ସେ ଦ୍ରୁତତମ ହୋଇଛନ୍ତି। ଏହି ମ୍ୟାଚ୍‌ରେ ୨୦ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ଅଭିଷେକ ତୃତୀୟ ଓ ଚତୁର୍ଥ ଗୋଟିଏ ଲେଖାଏଁ ଛକା ମାରି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୭୮୫ ବଲ୍‌ରେ ୧୦୦ ଛକା ପୂରଣ କରିଥିଲେ।

ଭାରତୀୟ ଓପନର୍‌ ଅଭିଷେକ ବୁଧବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍‌ରେ ୧୦୦ ଛକା ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ୧୦୦ ଛକା ମାରିବାରେ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଖେଳାଳି ଭାବେ ସେ ଦ୍ରୁତତମ ହୋଇଛନ୍ତି। ଏହି ମ୍ୟାଚ୍‌ରେ ୨୦ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ଅଭିଷେକ ତୃତୀୟ ଓ ଚତୁର୍ଥ ଗୋଟିଏ ଲେଖାଏଁ ଛକା ମାରି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୭୮୫ ବଲ୍‌ରେ ୧୦୦ ଛକା ପୂରଣ କରିଥିଲେ।

ଏଥିସହ ଦ୍ରୁତତମ ୧୦୦ ଛକା ମାରିବାରେ ସେ ୱେଷ୍ଟଇଣ୍ଡିଜ୍‌ ଓପନର୍‌ ଏଭିନ ଲୁଇସ୍‌ (୭୮୯ ବଲ୍‌)ଙ୍କୁ ଟପିଥିଲେ। ଏଥିସହ ସେ ପଞ୍ଚମ ଭାରତୀୟ ଭାବେ ୧୦୦ ଛକା ମାରିଛନ୍ତି। ଭାରତର ରୋହିତ ଶର୍ମା (୨୦୫), ସୂର୍ଯ୍ୟକୁମାର ଯାଦବ (୧୭୯), ହାର୍ଦିକ ପାଣ୍ଡ୍ୟା (୧୨୬) ଓ ବିରାଟ କୋହଲି (୧୨୪) ୧୦୦ ଛକା ମାରିବା କ୍ଲବ୍‌ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *