ଟ୍ରକ୍‌କୁ ଧକ୍କା ଦେଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟେମ୍ପୋ-ଟ୍ରାଭେଲର୍‌ ଗାଡ଼ି ; ୪ ମୃତ, ୭ ଆହତ

ରାଜସ୍ଥାନର ବାଲୋତ୍ରାରୁ ଶ୍ରଦ୍ଧାଳୁଙ୍କୁ ନେଇ ଅମୃତସର୍‌ସ୍ଥିତ ସ୍ବର୍ଣ୍ଣମନ୍ଦିର ଓ ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ଯିବାକୁ ବାହାରିଥିବା ଏକ ଟେମ୍ପୋ-ଟ୍ରାଭେଲର୍‌ ଗାଡ଼ି ଅମୃତସର୍‌ -ଜାମନଗର ହାଇୱେରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଜୋରଦାର ଧକ୍କା ଦେବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି। ସୂଚନା ଅନୁଯାୟୀ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରଦ୍ଧାଳୁମାନେ ଟେମ୍ପୋ ଟ୍ରାଭେଲରରେ ଯାତ୍ରା କରୁଥିଲେ ଓ ବଥିଣ୍ଡା-ଡାବୱାଲି ଜାତୀୟ ରାଜପଥର ଗୁରୁସର ସାଇନେୱାଲା ଓ ଯୋଧପୁର ରୋମାନା ଗାଁ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଟେମ୍ପୋ ଟ୍ରାଭେଲର୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। 

ଏକ ଏନ୍‌ଜିଓ ସ୍ବେଚ୍ଛାସେବୀ ସନ୍ଦୀପ ସିଂହ କହିଛନ୍ତି, ସେ ଦୁର୍ଘଟଣା ସମ୍ପର୍କରେ ଫୋନ୍‌ କଲ ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଓ ମୃତଦେହ ତିନିଟି ଆମ୍ବୁଲାନ୍ସରେ ବଥିଣ୍ଡା ସିଭିଲ ହସ୍ପିଟାଲକୁ ପଠାଇଥିଲେ। ମୃତକମାନେ ମହିନ୍ଦର କୁମାର ଓ ତାଙ୍କ ପତ୍ନୀ ମନିଷା ଓ ପଙ୍କଜ ଓ ତାଙ୍କ ପତ୍ନୀ ଡିମ୍ପଲ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ଆଧାର କାର୍ଡ଼ ଯାଞ୍ଚ କରିବା ପରେ ସେମାନେ ରାଜସ୍ଥାନର ବାଲୋତ୍ରାର ବାସିନ୍ଦା ବୋଲି ଜାଣିବାକୁ ପାଇଥିଲା। ଦୁର୍ଘଟଣାର କାରଣ ଜାଣିବାକୁ ପୁଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *