ଠିକ୍ ସମୟରେ ହେବ ବୋର୍ଡ ଓ ନିଗମ ନିଯୁକ୍ତି : ମନମୋହନ ସାମଲ

ବୋର୍ଡ ଓ ନିଗମ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ବୋର୍ଡ ଓ ନିଗମ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବୋର୍ଡ ଓ ନିଗମ ନିଯୁକ୍ତିକୁ ନେଇ କୌଣସି ବିବାଦ ନଥିବା ସହ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ବୋର୍ଡ ଓ ନିଗମ ନିଯୁକ୍ତିକୁ ନେଇ ଦ୍ୱନ୍ଦ୍ୱର ଅବକାଶ ନାହିଁ । ଠିକ୍ ସମୟରେ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ କୌଣସି ପ୍ରଭାବ ପଡ଼ିନଥିବା ସେ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ବୋର୍ଡ ଓ ନିଗମରେ ନିଯୁକ୍ତି ନ ହେବା ଯୋଗୁଁ କୌଣସି କାମ ଅଟକି ରହିନାହିଁ ଏବଂ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଦଳ ଓ ସରକାର ସମୟୋପଯୋଗୀ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ବିକାଶକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବାବେଳେ, ବୋର୍ଡ-ନିଗମ ନିଯୁକ୍ତି ହେଉ କି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସବୁକିଛି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ବୋଲି ମନମୋହନ ସାମଲ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *