ଆଉ ୩ ଦିନ ପରେ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଏହି ମାନବୀୟ ଲୀଳାଖେଳାର ଦୃଶ୍ୟ ଉପଭୋଗ କରିବାକୁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେବ।
ଆଉ ୩ ଦିନ ପରେ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଏହି ମାନବୀୟ ଲୀଳାଖେଳାର ଦୃଶ୍ୟ ଉପଭୋଗ କରିବାକୁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେବ। ଯାତ୍ରା ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟିଗୁଡ଼ିକର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଚଳିତ ବର୍ଷ ଏହି ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସହରରେ ୭ ହଜାର କଳାକାରଙ୍କ ମହାକୁମ୍ଭ ଅନୁଷ୍ଠିତ ହେବା। ନନ୍ଦପଡ଼ା, ମୁଦିପଡ଼ା ଓ ଝାଡ଼ୁଆପଡ଼ାକୁ ନେଇ ଗଠିତ ମିଳିତ ସମନ୍ବୟ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।
କେବଳ ସେତିକି ନୁହେଁ ବରଂ ଏହି ୩ଟି ପଡ଼ା ପକ୍ଷରୁ ଚଳିତ ବର୍ଷର ଯାତ୍ରା ପାଇଁ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟୟ ଅଟ୍ଟକଳ ମଧ୍ୟ କରାଯାଇଛି। ଚଳିତ ବର୍ଷ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇସାରିଲାଣି। ଗତବର୍ଷ ଦେବୋତ୍ତର ବିଭାଗ ପକ୍ଷରୁ ବି ଅନୁଦାନ ଆସିଥିବା ବେଳେ ଚଳିତ ବର୍ଷ ଉକ୍ତ ଅନୁଦାନକୁ ବି ଅପେକ୍ଷା କରାଯାଇଥିବା ସମିତି ପକ୍ଷରୁ କୁହାଯାଇଛି। ଗତଥର ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଏମସିଏଲ ତଥା କିଛି ଜାତୀୟସ୍ତରର ପ୍ରତିଷ୍ଠାନରୁ ଆର୍ଥିକ ସହଯୋଗ ଆସିଥିବା ବେଳେ ଚଳିତ ବର୍ଷ ସେଗୁଡ଼ିକର ପୁନରାବୃତ୍ତି ହେବ ବୋଲି ସମିତି ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ବଲାଙ୍ଗିର ସହର ରେ ଶୀତଳ ଷଷ୍ଠୀ ଯାତ୍ରା କୁ ସୁରୁଖୁର ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସରିଛି ।ବଲାଙ୍ଗିର ରେ ଆସନ୍ତା ଜୁନ୍ ୧୬ତାରିଖ ରୁ ୨୦ତାରିଖ ଯାଏଁ ପାଞ୍ଚଦିନ ଧରି ଶୀତଳ ଷଷ୍ଠୀ ପାଳନ ହେଉଛି,ସହର ରେ ୧୧ଟି ପୂଜା କମିଟୀ ଏଥର ମହା ସମାରୋହ ରେ ଯାତ୍ରା କୁ ପାଳନ କରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ପ୍ରଚଣ୍ଡ ଖରା ଯୋଗୁଁ ଯାତ୍ରା ସମୟ ରେ ପିଇବା ପାଣି,ଟ୍ରାଫିକ ସମସ୍ୟା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଚାରୁ ରୂପେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଜୋର ଦେଇଛି ।ସମସ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ରାତି ୧୨ଟା ସୁଧା ସାରିବାକୁ ଜିଲ୍ଲା ପ୍ରଶାସନ ଯାତ୍ରା କମିଟୀ କୁ ନିବେଦନ କରିଛି ।ଠିକ୍ ସେହିପରି ଯାତ୍ରା କମିଟୀ ମାନେ ସହର ରେ ରାସ୍ତା ଉପର କୁ ମାଡି ଆସିଥିବା ଗଛ ଗୁଡିକ ର ଡାଳ ପତ୍ର କାଟିବା ସହ ପିଇବା ପାଣି ଓ ଟ୍ରାଫିକ୍ ସୁଚାରୁ ରୂପେ ସମ୍ପାଦନ କରିବାକୁ ନିବେଦନ କରିଛନ୍ତି ।ଶୀତଷ ଷଷ୍ଠୀ ପାର୍ବଣ ମାହୋଲ କୁ ଦେଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ବୋଲି ଆଡିସିନାଲ୍ ଏସ୍.ପି ସୂଚନା ଦେଇଛନ୍ତି ।

