ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଦୁଇ ଆଇପିଏସ୍ ଅଧିକାରୀ ଚୟନ ; ପ୍ରଥମ ସ୍ଥାନରେ ଡଃ ସୁଧାଂଶୁ ଷଡ଼ଙ୍ଗୀ

କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ(ଏସିସି) ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଚୟନ କରିଛନ୍ତି। ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି।

ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଦୁଇ ଆଇପିଏସ୍ ଅଧିକାରୀ ଚୟନ । କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ(ଏସିସି) ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଚୟନ କରିଛନ୍ତି। ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି। ଏମ୍ପାନେଲ୍ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ଓଡ଼ିଶା କ୍ୟାଡର ଅଧିକାରୀ ୧୯୯୦ ବ୍ୟାଚ୍‌ର ଡଃ ସୁଧାଂଶୁ ଷଡ଼ଙ୍ଗୀ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ୧୯୯୫ ବ୍ୟାଚ୍‌ର ପିଏସ୍. ରଣପିସେଙ୍କ ମଧ୍ୟ ଚୟନ କରାଯାଇଛି । 

ଏହି ଏମ୍ପାନେଲମେଣ୍ଟ ପରେ ଉଭୟ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ। କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଏହି ଏମ୍ପାନେଲମେଣ୍ଟକୁ ଜଣେ ଆଇପିଏସ୍ ଅଧିକାରୀଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ଧରାଯାଏ। ଏହା ମାଧ୍ୟମରେ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାରେ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ । ଓଡ଼ିଶା କ୍ୟାଡରର ଏହି ଦୁଇ ଅଧିକାରୀଙ୍କ ଚୟନ ରାଜ୍ୟ ପୁଲିସ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ଡ. ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ପୋଲିସ୍ ମହାନିର୍ଦ୍ଦେଶକ ଦୌଡରେ ଅଛନ୍ତି ।

Leave a Reply

Your email address will not be published. Required fields are marked *