ସ୍ୱିଜରଲ୍ୟାଣ୍ଡରେ ଦ୍ରୁତ ଗତିରେ ତରଳୁଛି ବରଫ ପାହାଡ଼: ଗତ ଦଶନ୍ଧିରେ ୨୫% ହ୍ରାସ

ସ୍ୱିଜରଲ୍ୟାଣ୍ଡର ବରଫ ପାହାଡ଼ ଗୁଡ଼ିକ ୨୦୨୫ରେ ୩% ଆୟତନ ହ୍ରାସ ସହ ବହୁଳ ପରିମାଣରେ ତରଳିଛି, ଯାହା ଇତିହାସରେ ଚତୁର୍ଥ ବୃହତ୍ତମ ବାର୍ଷିକ ହ୍ରାସ। ସ୍ୱିସ୍‌ ହିମବାହ ନିରୀକ୍ଷଣ ଗୋଷ୍ଠୀ ଗ୍ଲାମୋସ୍‌ ଓ ସ୍ୱିସ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧିରେ ବରଫ ପାହାଡ଼ର ଆୟତନ ୨୫% ହ୍ରାସ ପାଇଛି। ଗ୍ଲୋବାଲ୍‌ ୱାର୍ମିଂ ହେଉଛି ମୁଖ୍ୟ କାରଣ।

ସ୍ୱିଜରଲ୍ୟାଣ୍ଡରେ ପ୍ରାୟ ୧,୪୦୦ ବରଫ ପାହାଡ଼ ରହିଛି, ଯାହା ୟୁରୋପରେ ସର୍ବାଧିକ। ୨୦୨୫ରେ କମ୍‌ ତୁଷାରପାତ ଓ ଜୁନ୍‌-ଅଗଷ୍ଟରେ ଗ୍ରୀଷ୍ମପ୍ରବାହ ହେତୁ ଜୁଲାଇ ଆରମ୍ଭରେ ତୁଷାର ଭଣ୍ଡାର ଖାଲି ହୋଇଥିଲା। ଗ୍ଲାମୋସ୍‌ ମୁଖ୍ୟ ମାଥିଆସ୍‌ ହୁସ୍‌ କହିଛନ୍ତି, “ମାନବ କାର୍ଯ୍ୟ ହେତୁ ଜଳବାୟୁ ପରିବର୍ତ୍ତନ ହିମବାହ ହ୍ରାସର ମୁଖ୍ୟ କାରଣ।” ୧,୦୦୦ରୁ ଅଧିକ ଛୋଟ ହିମବାହ ଲୋପ ପାଇଛି। ଏହା ସ୍ୱିଜରଲ୍ୟାଣ୍ଡର ଭୂଦୃଶ୍ୟ, ଜଳବିଦ୍ୟୁତ୍‌, ପର୍ଯ୍ୟଟନ ଓ ଜଳସମ୍ପଦକୁ ପ୍ରଭାବିତ କରୁଛି। ମେ’ରେ ବ୍ଲାଟେନ୍‌ ଗାଁରେ ହିମବାହରୁ ପଥର ଓ ବରଫ ଖସିବା ପରେ କର୍ତ୍ତୃପକ୍ଷ ସତର୍କ ରହିଛନ୍ତି।

Leave a Reply

Your email address will not be published. Required fields are marked *