ରାୟଗଡ଼ା-କୋରାପୁଟ ରେଳପଥରେ ବର୍ଷାରେ ଭାଙ୍ଗିଲା ଗଛ: ଟ୍ରେନ୍ ଚଳାଚଳ ବିଚ୍ଛିନ୍ନ

ଜିଲାରେ ଲାଗିରହିଥିବା ଲଗାଣ ବର୍ଷାରୁ ରାୟଗଡ଼ା-କୋରାପୁଟ ରେଳପଥରେ ବିପତ୍ତି ସୃଷ୍ଟି ହୋଇଛି। ଭାଲୁମୁଷ୍କା ଓ ଲେଲିଗୁମ୍ମା ଷ୍ଟେସନ୍ ମଧ୍ୟରେ ଟ୍ରାକ୍ ଉପରେ ଦୁଇ ଫୁଟ ପାଣି ଚାଲୁଥିବା ବେଳେ ଗଛ ପଡ଼ିବାରୁ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ସୂଚନା ମୁତାବକ କହିଛନ୍ତି, ପ୍ରବଳ ବର୍ଷା ଲାଗିରହିଥିବାରୁ ଉଧାର କାର୍ଯ୍ୟରେ ବାଧା ହେଉଛି। ଏନେଇ ରେଳ ଅଧିକାରୀମାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଯାତ୍ରୀମାନେ ବିକଳ୍ପ ବ୍ୟବସ୍ଥା ପାଇଁ ଅପେକ୍ଷାରତ।

Leave a Reply

Your email address will not be published. Required fields are marked *