ନୂଆପଡ଼ା ଉପନିର୍ବାଚନ: ଜାଣନ୍ତୁ ଏସ୍‌ଆଇଆର୍‌, ଏସ୍‌ଏସ୍‌ଆର୍‌ ମଧ୍ୟରେ ପାର୍ଥକ୍ୟ କ’ଣ?

ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ ନେଇ ଗଣନାକାରୀମାନେ ପ୍ରତି ଘରକୁ ଯାଇ ଧାର୍ଯ୍ୟ ତାରିଖ ସୁଦ୍ଧା ଯୋଗ୍ୟ ଭୋଟରମାନଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନର ଭୋଟର ତାଲିକା ତ୍ରୁଟିଯୁକ୍ତ ଏବଂ ସମ୍ପୂର୍ଣ୍ଣ ନୂଆ ତାଲିକା ପ୍ରସ୍ତୁତ ଆବଶ୍ୟକ ବୋଲି ନିର୍ବାଚନ କମିଶନ ଯେତେବେଳେ ସିଦ୍ଧାନ୍ତରେ ପହଞ୍ଚନ୍ତି, ସେତେବେଳେ ସ୍ବତନ୍ତ୍ର ସଘନ ସଂଶୋଧନ କରାଯାଇଥାଏ।

ସାଧାରଣତଃ ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଭଳି ପ୍ରଶାସନିକ ପ୍ରକ୍ରିୟା ପରେ ଏସ୍‌ଆଇଆର୍‌ ହୋଇଥାଏ। ଅନ୍ୟପକ୍ଷରେ ସ୍ବତନ୍ତ୍ର ସାରାଂଶ ସଂଶୋଧନ (ଏସ୍‌ଏସ୍‌ଆର୍‌) ନିର୍ବାଚନ ପୂର୍ବରୁ ହୋଇଥାଏ। ଏଥିରେ ଭୋଟର ତାଲିକାର ସମୀକ୍ଷା କରାଯିବା ସହ ୧୮ ବର୍ଷ ବୟସରେ ପହଞ୍ଚତ୍ଥିବା ନୂଆ ଭୋଟରଙ୍କୁ ଯୋଡ଼ାଯାଇଥାଏ। ଯେଉଁମାନେ ନିର୍ବାଚନମଣ୍ଡଳୀ ବଦଳାଇଥାନ୍ତି, ତଦନୁଯାୟୀ ପୂର୍ବ ନିର୍ବାଚନମଣ୍ଡଳୀରୁ ସେମାନଙ୍କ ନାଁ କଟାଯାଇ ନୂଆ ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ ସାମିଲ କରାଯାଇଥାଏ। ସେହିପରି ଡୁପ୍ଲିକେଟ୍‌ ଓ ମୃତ ଭୋଟରଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *