ହସ୍ପିଟାଲ୍‌ ବେଡ୍‌ରେ ସ୍ତ୍ରୀଙ୍କୁ ୩ଥର ଛୁରି ଭୁସିଲେ ସ୍ବାମୀ

ତାମିଲନାଡ଼ୁର କରୁର ଜିଲାରେ ଶନିବାର ସ୍ବାମୀଙ୍କ ସହ ବଚସାରୁ ଗଣ୍ଡଗୋଳ ହୋଇ ଆହତ ହୋଇଥିବା ୨୭ ବର୍ଷୀୟ ସ୍ତ୍ରୀ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ବେଡ୍‌ରେ ଅଚେତ ଅବସ୍ଥାରେ ଥିବା ସ୍ତ୍ରୀ ଶ୍ରୁଥିଙ୍କୁ ରବିବାର ସ୍ବାମୀ ବିଶ୍ରୁଥ ୩ ଥର ଛୁରି ଭୁସି ହତ୍ୟା କରିଛନ୍ତି।

ଅନ୍ୟ ରୋଗୀ ଓ ହସ୍ପିଟାଲ କର୍ମଚାରୀଙ୍କ ସମ୍ମୁଖରେ ହତ୍ୟାକାଣ୍ଡ ଘଟାଇ ବିଶ୍ରୁଥ ଫେରାର ହୋଇଯାଇଥିଲେ। କୁଲିଥଲାଇ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀଙ୍କୁ ଖୋଜୁଛି। ଶ୍ରୁଥି ପଟ୍ଟଭର୍ଥତ୍ ଅଞ୍ଚଳର ବିଶ୍ରୁଥଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ୨ ସନ୍ତାନ ଅଛନ୍ତି।

Leave a Reply

Your email address will not be published. Required fields are marked *