ଗାଜା ମୃତ୍ୟୁସଂଖ୍ୟା ୬୬ ହଜାର ଟପିଲା

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୬୬ ହଜାର ଅତିକ୍ରମ କରିଥିବା ରବିବାର ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତକଙ୍କ ମଧ୍ୟରୁ ଅର୍ଦ୍ଧେକ ହେଉଛନ୍ତି ମହିଳା ଓ ଛୋଟ ପିଲା। ଗତ ୨୪ ଘଣ୍ଟା ମଧ୍ୟରେ ୭୯ଟି ମୃତଦେହ ହସ୍ପିଟାଲକୁ ଅଣାଯାଇଛି।


୨୦୨୩ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ୍‌ ଗାଜା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ ୬୬,୦୦୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୬୮,୧୬୨ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ଅଧିକାଂଶ ଅଞ୍ଚଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଥିବାବେଳେ ୯୦ ପ୍ରତିଶତ ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି।

ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ଓ୍ବାଶିଂଟନ ଗସ୍ତ କରିଛନ୍ତି। ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ନେତାନ୍ୟାହୁ ଯୁଦ୍ଧ ନୀତିରେ ପରିବର୍ତ୍ତନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *