ଚାଇନାର ପୂର୍ବତନ କୃଷି ଓ ଗ୍ରାମାଞ୍ଚଳ ବ୍ୟାପାର ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନ୍ଙ୍କୁ ଦୁର୍ନୀତି ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ତେବେ ଏହି ଦଣ୍ଡାଦେଶ ୨ ବର୍ଷ ପାଇଁ ସ୍ଥଗିତ ରହିବ ବୋଲି ଅଦାଲତ କହିଛନ୍ତି। ୩୮ ନିୟୁତ ଡଲାର ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ରେଞ୍ଜିଆନ୍ ଦୋଷୀସାବ୍ୟସ୍ତ ହୋଇଥିଲେ। କୃଷି ମନ୍ତ୍ରଣାଳୟର ପ୍ରମୁଖ ଶାସକ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ସଂଗଠନର ପୂର୍ବତନ ସମ୍ପାଦକ ଥିବା ରେଞ୍ଜିଆନ୍ ଜୀବନର ରାଜନୈତିକ ଅଧିକାରରୁ ବଞ୍ଚତ୍ତ ହୋଇଥିବା ଜିଲିନ ପ୍ରଦେଶର ଚାଙ୍ଗ୍ଚୁନ୍ସ୍ଥିତ ଇଣ୍ଟରମିଡିଏଟ୍ ପିପୁଲ୍ସ କୋର୍ଟ ରାୟରେ କହିଛନ୍ତି। ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବା ସହ ଲାଞ୍ଚରୁ ଉଠାଇଥିବା ବେଆଇନ ଲାଭକୁ ଜବତ କରାଯାଇ ଜାତୀୟ କୋଷାଗାରକୁ ପଠାଇଦିଆଯିବ ବୋଲି କୋର୍ଟ କହିଛନ୍ତି। ୨୦୦୭ରୁ ୨୦୨୪ ମଧ୍ୟରେ ରେଞ୍ଜିଆନ୍ ନିଜ ପଦବୀର ବେଆଇନ ଫାଇଦା ଉଠାଇ ବ୍ୟବସାୟ, ପ୍ରକଳ୍ପ ଠିକାଦାରି ଓ ନିଯୁକ୍ତିରେ ଅନ୍ୟମାନଙ୍କୁ ଉପକୃତ କରାଇଥିଲେ। ଏହା ବଦଳରେ ସେ ସେମାନଙ୍କଠାରୁ ୨୬୮ ନିୟୁତ ୟୁଆନ ଲାଞ୍ଚ ଗ୍ରହଣ କରିଥବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା।
ଚାଇନାର ପୂର୍ବତନ କୃଷିମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
