ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା

ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା ବେଳେ ଖବର ମିଳିଛି ଯେ ଦୀପିକାଙ୍କୁ ଏହାର ସିକ୍ୱେଲରୁ ହଟାଇ ଦିଆଯାଇଛି। ପ୍ରଡକ୍ସନ ହାଉସ ବୈଜୟନ୍ତୀ ମୁଭିଜ୍‌ ଏକ ବିବୃତିରେ କହିଛି, “ଦୀପିକା ପାଦୁକୋନ ‘କଲ୍କି ୨୮୯୮ ଏଡି’ର ଆଗାମୀ ସିକ୍ୱେଲରେ ରହିବେ ନାହିଁ। ଅନେକ ବିଚାର ପରେ ଆମେ ଏହି ନିଷ୍ପତ୍ତି ନେଇଛୁ।”

ସୂତ୍ର ଅନୁଯାୟୀ, ଦୀପିକାଙ୍କ ପ୍ରତିବଦ୍ଧତା ନେଇ ନିର୍ମାତାଙ୍କ ମନରେ ସନ୍ଦେହ ଥିଲା। ରିପୋର୍ଟ ଅନୁସାରେ, ଦୀପିକାଙ୍କ ଟିମ୍‌ର ଅତ୍ୟଧିକ ଦାବି, ଯେପରି ୮ ଘଣ୍ଟିଆ ସିଫ୍ଟ, ଫାଇଭ ଷ୍ଟାର ରେସିଡେନ୍ସ ଓ ଖାଦ୍ୟ ଖର୍ଚ୍ଚ ପାଇଁ ଅନୁରୋଧ, ନିର୍ମାତାଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କୁ ‘ସ୍ପିରିଟ’ ଫିଲ୍ମରୁ ସମାନ କାରଣରୁ ହଟାଇ ଦିଆଯାଇଥିଲା। ଦୀପିକାଙ୍କ ୮ ଘଣ୍ଟିଆ ସିଫ୍ଟ ଦାବିକୁ ଅନୁରାଗ କଶ୍ୟପ, ଅଜୟ ଦେବଗନ ଓ କାଜୋଲ ପରି ତାରକା ସମର୍ଥନ କରିଥିଲେ, କିନ୍ତୁ ଫରାହ ଖାନ ଏହାକୁ ଅନୁଚିତ ବୋଲି କଟାକ୍ଷ କରିଥିଲେ। ଏହି ବିବାଦ ଦୀପିକାଙ୍କ କ୍ୟାରିୟର ଉପରେ କ’ଣ ପ୍ରଭାବ ପକାଇବ, ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *